ଏମିତି
କିଏ ଅଛି କି ନିଜର
ଯେଉଁଠି
ଦୁଃଖ
ସବୁ କୁଳ ପାଏ ଲହଡି ପରାଏ,
ସୁଖ
ନୀଡ଼ ବାନ୍ଧେ ଅତି ସୋହାଗ ରେ
ଯା
ପାଖେ
ସମୟ
ଅଂଟା ଭାଙ୍ଗେ ,ସାନ୍ଧ୍ୟ| ତାର| ଘରକୁ ନ ଫେରେ
ମୁଂହ
ସଞ୍ଜ ବାଡ଼ୁଅ ନ ହୁଏ |
ଯାର
ଶବ୍ଦ ସବୁ ଓଦା ଓଦା
କଥା
ଅଦିନ ବର୍ଷ| ରେ ଭିଯାଏ
ଯା
ଭାଷା ର ବର୍ଣ ସବୁ
ମିଶୁଥାଏ
କୋମଳ
କମ୍ପନେ ,ଅଳ୍ପ ଶିହରଣେ
ସେ
ଯେ ତୋ
ଏକଲାପଣ
କୁ ପୋତି ପରେ
ଉଚ୍ଚା
ଉଚ୍ଚା ପାଉଁଶ ଗଦା ରେ ,ପାଣ୍ଡୁର ରଙ୍ଗ ରେ
ପଢି
ପରେ ଦୃଢ଼ତା ସେ ଆଖି ପଲକ
ର
ଶୁଣିପାରେ
ଆକୁଳତା ଅକୁହା ମନ ର
ଆଙ୍କି
ପରେ ରଙ୍ଗ
ଦେଇ ଛବି ଟିଏ
ତୋ
ଇପ୍ସିତ ଇଛା ର
ଏମିତି
କିଏ ଅଛି କି ନିଜର
ଯେ
ସ୍ୱପ୍ନ ପରି ଛୁଇଁ ଦିଏ ଅଳପ ନିଦ ରେ
ବାସ୍ନା
ପରି ବୁଣି ହୁଏ ଫିକା ଫଗୁଣ ରେ
ପାଦ
ଚାପି ଚାପି ଛାଇ ପରି ଚାଲେ
ଏମିତି
କିଏ ଅଛି କି ନିଜର
Comments
Post a Comment